ପରମାଣୁ ଶକ୍ତିସମ୍ପନ୍ନ ‘ଶୌର୍ଯ୍ୟ’ କ୍ଷେପଣାସ୍ତ୍ରର ନୂତନ ସଂସ୍କରଣକୁ ସଫଳତାର ସହ ପରୀକ୍ଷା କଲା ଭାରତ

ବାଲେଶ୍ବର: ଆଜି ଅପରାହ୍ନରେ ଓଡ଼ିଶା ଉପକୂଳ ସମୁଦ୍ର ମଧ୍ୟରୁ ଭାରତ ପରମାଣୁ ଶକ୍ତିସମ୍ପନ୍ନ ‘ଶୌର୍ଯ୍ୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଛି। ଏହି ‌‌କ୍ଷେପଣାସ୍ତ୍ର ପ୍ରାୟ ୮୦୦ କି. ମି. ଦୂରରେ ଥିବା ଲକ୍ଷ୍ୟ ଭେଦ କରିପାରିବ। ଶୀର୍ଷସ୍ତରୀୟ ସୂତ୍ରରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ଯେ, ଏହି କ୍ଷେପଣାସ୍ତ୍ରର ପରୀକ୍ଷା ସଫଳ ହୋଇଛି। ସେନାବାହିନୀରେ ଥିବା ଏହି ଶ୍ରେଣୀୟ ଅନ୍ୟ ଗୋଟିଏ କ୍ଷେପଣାସ୍ତ୍ରର ପରିପୂରକ ହେବା ଲାଗି ‘ଶୌର୍ଯ୍ୟ’କୁ ସାମିଲ କରାଯିବ। … Continue reading ପରମାଣୁ ଶକ୍ତିସମ୍ପନ୍ନ ‘ଶୌର୍ଯ୍ୟ’ କ୍ଷେପଣାସ୍ତ୍ରର ନୂତନ ସଂସ୍କରଣକୁ ସଫଳତାର ସହ ପରୀକ୍ଷା କଲା ଭାରତ